dcsimg

Rose ringed Parakeet (ଶୁଆ) 003

Image of Psittacula Cuvier 1800

Description:

ଏହା ଶୁଆ ପ୍ରଜାତିର ଏକ ପ୍ରକାରର ପକ୍ଷୀ୤ ସବୁଜ ରଙ୍ଗର ଏହି ପକ୍ଷୀକୁ ସାଧାରଣତଃ ଲୋକମାନେ ନିଜ ଘରେ ପୋଷାମନେଇ ରଖିଥାନ୍ତି ଏବଂ ଏହି ପକ୍ଷୀ ମନୁଷ୍ୟର କଥାକୁ ଅନୁସରଣ କରିପାରେ ଏବଂ ପକ୍ଷୀ ହୋଇଥିବା ସତ୍ତ୍ବେ ମନୁଷ୍ୟମାନଙ୍କ ପରି ବ୍ୟବହାର କରିପାରେ୤ ଘର ମାନଙ୍କରେ ପିଞ୍ଜରା ଭିତରେ ଥିବା ପକ୍ଷୀମାନେ ସାଧାରଣତଃ ଘରକୁ ଆସୁଥିବା ନୂଆ ଲୋକମାନଙ୍କୁ ଦେଖିଲେ ବିଭିନ୍ନ ପ୍ରଶ୍ନ ପଚାରିପାରନ୍ତି୤ ପ୍ରାୟ ୪୦ ସେମି ଦୈର୍ଘ୍ୟ ବିଶିଷ୍ଟ ଏହି ପକ୍ଷୀ ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳରେ ଦେଖାଯାଆନ୍ତି, କିନ୍ତୁ କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ହେତୁ ବର୍ତ୍ତମାନ ଏହି ପକ୍ଷୀମାନଙ୍କୁ ବଡ଼ ବଡ଼ ଦଳରେ ସହର ମଧ୍ୟରେ ଏବଂ ସହର ବାହାରେ ଥିବା ଗଛର କୋରଡ଼ମାନଙ୍କରେ ବସା ବାନ୍ଧି ରହିବାରେ ଦେଖାଯାଏ୤ ଏହି ପକ୍ଷୀମାନେ ପ୍ରାୟତଃ ହଳ ହଳ ହୋଇ ରହନ୍ତି୤ ଏହି ପ୍ରଜାତିର ଶୁଆମାନଙ୍କରେ ପୁରୁଷ ଶୁଆର ବେକରେ ଲାଲ ଓ କଳାରଙ୍ଗର ଗାର ଦେଖାଯାଏ, କିନ୍ତୁ ମାଇଶୁଆ ଏବଂ ଶିଶୁ ଶୁଆମାନଙ୍କରେ ଦେଖାଯାଏନାହିଁ୤ ଏହି ପ୍ରଜାତିର ପକ୍ଷୀମାନେ ବହୁତ ଶବ୍ଦ ସୃଷ୍ଟିକରି ଆକାଶରେ ଉଡ଼ିଯାଉଥିବାର ଦେଖାଯାଏ୤ ଏବଂ ଏମାନେ ଦଳବଦ୍ଧଭାବରେ ଆହାର ଅନ୍ବେଷଣରେ ଯାଇଥାନ୍ତି୤ ଜନବସତି ନିକଟରେ ରହୁଥିବା ଏହି ପକ୍ଷୀମାନେ ଦୂରସ୍ଥାନକୁ ଯିବାର ଉଦାହରଣ ନାହିଁ୤ ଏମାନେ ସାଧାରଣତଃ ଗୋଟିଏ ସ୍ଥାନରେ ବସତି ସୃଷ୍ଟିକରି ରହନ୍ତି୤ କିନ୍ତୁ ଏମାନେ ଫସଲ ଅମଳ ସମୟରେ ଫସଲକୁ ନଷ୍ଟ କରୁଥିବା ହେତୁ ଏମାନଙ୍କୁ ଶୀକାର କରାଯିବାର ଦେଖାଯାଏ୤ ବିଶେଷତଃ ମକା ଜାତୀୟ ଫସଲକୁ ଏମାନେ ନଷ୍ଟ କରିଦିଅନ୍ତି୤

Source Information

license
cc-by-sa-3.0
copyright
Aahwaan (page does not exist)
original
original media file
visit source
partner site
Wikimedia Commons
ID
b55412ad866da355e126968153caaafb