dcsimg

Indian Grey Hornbill (କୋଚିଲାଖାଇ) 001

Image of Ocyceros Hume 1873

Description:

ଭାରତୀୟ ଉପଦ୍ବୀପରେ ଦେଖାଯାଉଥିବା ଅନେକ ହର୍ଣ୍ଣବିଲ୍‌ ମାନଙ୍କ ମଧ୍ୟରେ କୋଚିଲାଖାଇ ବା ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ଅନ୍ୟତମ୤ ପ୍ରାୟତଃ ବଡ଼ ବଡ଼ ବର ଏବଂ କାକପୋଇ ଗଛରେ ଦୁଇ ଦୁଇ ହଳ ହୋଇ ଏମାନେ ରହନ୍ତି୤ ଏହି ପକ୍ଷୀର ଶରୀରରେ ପାଉଁଶିଆ ରଙ୍ଗର ପର ଥାଏ୤ ଏବଂ ଏହାର ପେଟ ହାଲକା ପାଉଁଶିଆ ବା ଧଳା ରଙ୍ଗର ହୋଇଥାଏ୤ ଏହାର ଥଣ୍ଟ ମୁନିଆ ଏବଂ ବକ୍ରାକାର ହୋଇଥାଏ, ଯାହା ଉପରେ ଏକ ଧାରୁଆ ଥଣ୍ଟପରି ଥାଏ୤ ଏହି ପକ୍ଷୀ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି୤ କିନ୍ତୁ ଅନେକ ସମୟରେ ଏହି ପକ୍ଷୀ ସହରାଞ୍ଚଳରେ ମଧ୍ୟ ଦେଖାଦେଇଥାନ୍ତି୤ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ମଝିରେ ଥିବା ଅନେକ ବୃହତ ବୃକ୍ଷମାନଙ୍କରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳେ୤ ଏହା ଏକ ମଧ୍ୟମ ଆକାରର ପକ୍ଷୀ ଯାହା ପ୍ରାୟତଃ ଷାଠିଏ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ୤ ଉଡ଼ିବା ସମୟରେ ଏହା ଡେଣା ଖୋଲିଲେ ପରସବୁ ଗାଢ଼ପାଉଁଶିଆ ରଙ୍ଗର ଦେଖାଯିବା ସହିତ ପରର ଅଗ ଧଳା ଦେଖାଯାଏ୤ ଏହି ପକ୍ଷୀର ଆଖି ଲାଲ କିମ୍ବା କଳା ରଙ୍ଗର ଦେଖାଯାଏ୤ ପୁରୁଷ ପକ୍ଷୀମାନଙ୍କ ଥଣ୍ଟ ଅପେକ୍ଷାକୃତ ଭାବେ ଲମ୍ବାଥାଏ୤ ସ୍ତ୍ରୀ ପକ୍ଷୀମାନଙ୍କ ଥଣ୍ଟ ଇଷତ୍ ହଳଦିଆ ରଙ୍ଗର ହୋଇଥାଏ୤ ଏହି ପକ୍ଷୀ ସ୍ଥଳଭାଗରେ ରହୁଥିବା ବେଳେ କୋଚିଲା ନାମକ ବିଷାକ୍ତ ଫଳ ଖାଇ ବଞ୍ଚୁଥିବା ହେତୁ ଏହାକୁ କୋଚିଲାଖାଇ ବୋଲି ଓଡ଼ିଶାରେ କୁହାଯାଏ୤ ଆଜିକାଲି ଏହି ପକ୍ଷୀମାନଙ୍କ ସଂଖ୍ୟା କମ ହେଉଥିବାରୁ ଏହାକୁ ବିଶ୍ବ ବନ୍ୟପ୍ରାଣୀ ସଂଗଠନ ତରଫରୁ ସଂରକ୍ଷିତ ପକ୍ଷୀମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୂକ୍ତ କରାଯାଇଛି୤

Source Information

license
cc-by-sa-3.0
copyright
Aahwaan (page does not exist)
original
original media file
visit source
partner site
Wikimedia Commons
ID
6dfb66ce47e5bbf1673db72b1c932b3f