dcsimg

Little Cormorant (ପାଣିକୁଆ) 002

Image of birds

Description:

ଏହା ଏକ ଜଳଚର ପକ୍ଷୀ୤ ଆପଣ ଓଡ଼ିଶାର ଯେ କୌଣସି ଜଳାଶୟରେ ଏହିମାନଙ୍କୁ ନିର୍ଭୟରେ ବିଚରଣ କରୁଥିବା ଦେଖିବାକୁ ପାଇବେ୤ ସାଧାରଣତଃ ସକାଳ ଓ ଅପରାହ୍ନରେ ଏମାନେ ଡେଣା ମେଲେଇ ଜଳାଶୟ ଧାରରେ ଥିବା ପଥର ମାନଙ୍କ ଉପରେ ଅନେକ ସମୟ ବସିରହିଥିବା ଦେଖିବାକୁ ମିଳେ୤ ପ୍ରାୟତଃ ଏକା କିମ୍ବା ଛୋଟ ଛୋଟ ଦଳରେ ଅଳ୍ପପାଣିଥିବା କାଦୁଆ ଅଞ୍ଚଳରେ ଏହି ପକ୍ଷୀମାନଙ୍କୁ ଦେଖିବା ମିଳେ୤ ଏମାନେ ପାଣିଭିତରେ ବୁଡ଼ି ରହି ମାଛ ଶୀକାର କରିପାରନ୍ତି୤ ଏମାନେ ସମୁଦ୍ର, ହ୍ରଦ, ପୋଖରୀ, ଇତ୍ୟାଦି ସ୍ଥାନମାନଙ୍କରେ ବି ଦେଖାଯାଆନ୍ତି୤ ଏହି ପକ୍ଷୀ କାଉପରି କଳା ମଚମଚ ହୋଇଥିବା ଏବଂ ପାଣିରେ ରହୁଥିବା ହେତୁ ଏହାକୁ ପାଣିକୁଆ ବୋଲି ମଧ୍ୟ କୁହାଯାଏ୤ ଏହି ପକ୍ଷୀ ୫୦ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାଏ୤ ଏହାର ଶୀର ଗୋଲିଆ ହୋଇଥିବା ବେଳେ ଥଣ୍ଟ ମୁନିଆ ଓ ହୁକ୍ ପରି ହୋଇଥାଏ୤ ଯଦିଓ ଏହି ପକ୍ଷୀ ଜଳଚର କିନ୍ତୁ ଏହା ଉଚ୍ଚ ଗଛର ଉପର ଡାଳମାନଙ୍କରେ ବସା ତିଆରି କରି ଅଣ୍ଡା ଦେଇଥାଏ୤ ଏବଂ ଅନ୍ୟ ଜଳଚର ପ୍ରାଣୀମାନଙ୍କ ସହ ବସବାସ କରିଥାଏ୤ ନିଜ ବସାଠାରୁ ଦୂରରେ ଥିବା ଜଳାଶୟ ମାନଙ୍କୁ ଏହା ଉଡ଼ିଉଡ଼ି ଯାଏ ଏବଂ ସଂଧ୍ୟାପୂର୍ବରୁ ବସାକୁ ଫେରିଆସେ୤ ଏହି ପ୍ରଜାତିର ପକ୍ଷୀମାନଙ୍କରେ ପୁରୁଷ ଓ ମାଇ ପକ୍ଷୀକୁ ଚିହ୍ନିବା ସମ୍ଭବ ନୁହେଁ, କିନ୍ତୁ ସାଧାରଣତଃ ପୁରୁଷ ପକ୍ଷୀ ମାଇ ଅପେକ୍ଷା ବଡ଼ ହୋଇଥାଏ୤ ଏହି ପକ୍ଷୀମାନେ ପାଣିରେ ପହଁରିବା ସହିତ ଉଡ଼ିବାରେ ମଧ୍ୟ ପାରଙ୍ଗମ୤ ପାଣିମଧ୍ୟରେ ଅଧିକ ସମୟ ବୁଡ଼ିରହି ଏମାନେ ମାଛ ଧରିଥାନ୍ତି୤

Source Information

license
cc-by-sa-3.0
copyright
Aahwaan (page does not exist)
original
original media file
visit source
partner site
Wikimedia Commons
ID
fcfafa9ebc90899e7db983d52d716d89